Odia Poetry

ହେଉଛି ଶ୍ରାବଣ ଝଡି

ହେଉଛି ଶ୍ରାବଣ ମାସର ଝଡି
ଘରୂ ହେଉ ନାହିଁ ଜମା ଵାହାରି
ଯାଇ ପାରୁ ନାହିଁ ମୂଲ ମଜୁରୀ
ଜଳୁ ନାହିଁ ଘରେ ମୋହର ଚୁଲି  ।।
ଅଭାବି ଘରର ଅଵସ୍ଥା ଯାହା
ଭୋକେ କୁଆ ବୁଆ ହୁଅନ୍ତି ଛୁଆ
ଟାପରା କରନ୍ତି ସାହି ପଡ଼ି ଶା
ନିତି ଲୋକ ହସା ହୁଏ ମୁଁ ଯାହା  ।।
ଵିଲ ରୋଇବାକୁ ଥିଲା ମୋ ତଳି
ପଚିଗଲା ସଵୁ ପାଣିରେ ଵୁଡି
ଚାଷ କରିଥିଲି ଵିଲ ଗୋହିରି
ସେଥିରେ ହଳ ମୁଁ ପାରୁନି କରି  ।।
ପୁଅଟି ମୋହର ଋସି ବସିଛି
ପାଠ ପଢିବାକୁ ଜିଦି ଧରି ଛି
କଲେଜ ରେ ନାଆଁ ଲେଖା ଚାଲିଛି
ଚାରି ହଜାର ସେ ଟଙ୍କା ମାଗୁଛି  ।।
ଆଗକୁ ଆସୁଛି ରାଖୀ ପୂହ୍ନେଇ
ଵାରତା ଦେଇଛି ମୋହରି ଜ୍ଵାଇ
ମିଠା ଭାର ଦେବ ପୂହ୍ନେଇ ପାଇଁ
ନୋହିଲେ ଝିଅ କୁ ଦେବ ଫେରେଇ ।।
ଭଲା ଶିରାଵଣ ମାସ ଏ ହେଲା
ଘରେ ମୋ ଲାଗଛି ନିଇତି ପାଲା
ଦାଉ ତ ସାଜିଛି ଉପର ଵାଲା
ଆଉ କେ ଶୁଣି ଵ ମୋଦୁଖ ପରା !!
ଭାଗଵତ ସାହୁ
ଦୋଳପଦୀ ବନ୍ତ ଭଦ୍ରକ
୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *