Odia Poetry

ସାଗର ଵେଳା

ସାଗର ଵେଳାର ସାମୁକା ଟିଏ ମୁଁ
ଢେଉଏକା ମୋର ସାଥୀ
କେବେ ନିଏ ଟାଣି ଅଥଳ ଜଳକୁ
ଵାଲିରେ ଦିଏ ସେ ପୋତି  ।।
ତାଡ଼ି ଆଣେ ପୁଣି ଉପରକୁ ମୋତେ
ଭାବି ମୋତେ ଆପଣାର
କେଵେ ଛାଡି ଯାଏ ତତଲା ବାଲିରେ
ହେବାକୁ ମୁଁ କଲ ଵଲ    ।।
ସେହିଏକା ମୋର ସାହା ଓ ଭରଷା
ସୁଖର ଦୁଖଃ ର ଵନ୍ଧୁ
ସଭିଙ୍କ ର ମୁହି ଅଟେ ହେୟ ଘୃନ୍ଯ
ଆଶ୍ରୟ ଦାତା ମୋ ସିନ୍ଧୁ  ।।
ବିଧାତା ଦେଇଛି ଜନମତ ମୋତେ
କର୍ମେ ଯାହା ଲେଖିଅଛି
ମୋର କର୍ମ ଫଳ ମୁହିଁ ତ ଭୋଗୁଛି
କିଏ ହଵ କିଆଁ ସାଥି  ।।
ଜନମ ମୋହର ସାର କି ଅସାର
ସେହି ଏକା ସିନା ଜାଣେ
ନିନ୍ଦା ଅପଵାଦ ଭଲ ଅଵା ମନ୍ଦ
ଭାଵିଵା ମୋ ଅକାରଣେ  ।।
————ସମାପ୍ତ—————
ଭାଗଵତ ସାହୁ
ଦୋଳପଦୀ ବନ୍ତ ଭଦ୍ରକ
୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *