Odia Poetry

ଲାଗିଯିଵ ଠିଆପାଲା

ଦୁଇ ମାସ ହେଲା ଦରମା ମିଳିନି
ପକେଟ ସଭିଙ୍କ ଫାକ୍କା
ଭଲା ସାଵିତିରି ଓଷା ଏ ପଇଲା
ସତ୍ୟଵାନ ଲୋକ ହଂସା
ସକାଲୁ ସକାଳୁ ସଵୁ ସାଵିତିରି
ଧରେଇ ଦେଲେଣି ଚିଠା
ତାଗିଦ୍ ତାଙ୍କର ସହଳ ଫେରିଵ
ଡେରି କରିଵନି ଏକା
ମନଲାଖି ଖଣ୍ଡେ ଶାଢୀ ଆଣିଥିଵ
ମେଚିଂ ବ୍ଲାଉଜ ସାୟା
ନଡିଆ କଦଳୀ ସେଓ ନାସପାତି
କମଳା ଅଗୁଂର ଚେରି
ଲେମ୍ବୁ ଜାମରୋଳ  ଲିଚୁ ଓ ଡାଳିମ୍ବ
କାକୁଡି ଖଜୁରୀ କୋଳି
ସପୁରୀ ଓ କଣ୍ଟା  ପଣଷ ପାଚିଲା
ଆମ୍ବ ଆଣିଥିଵ ପାଚିଲା
ଗୋଟା ମୁଗ ଜାଇ ସାଗୁ ଓ ମିଶିରି
ଖିର ଵସା ଦହି ଦାଲା
ଚିଠାରୁ ମୋହର ଗୋଟେ ଊଣା ହେଲେ
ଲାଗିଯିଵ ଠିଆପାଲା
ପଛରେ ମୋହର ଦୋଷଧରିଵନି
ମୋ ଭାରିଜା ଏମିତି କଲା
ଭାଗଵତ ସାହୁ ,
ଦୋଳପଦୀ ,ଵନ୍ତ ,ଭଦ୍ରକ

Leave a Reply

Your email address will not be published. Required fields are marked *