Odia Poetry

ରେ କାଳିଆ ଠାକୁର ମୋର

ରେ କାଳିଆ ଠାକୁର ମୋର
          ତୁମେ ସଭିକର ଆପଣାର
ଚେହେରାଟି ସିନା ମୁଗୁନୀ ପଥର
            ଅନ୍ତର ତୋ କ୍ଇ ଫୁଲ  (୧)
ଚକା ଆଖି ଆ ତୁ କିଛି ଦେଖୁ ନାହଁ
             ଅଭିଯୋଗ ସଭିକର
ତୁମେତ ଦେଖୁଛ ସମସ୍ତ କ ଦୁଃଖ
             ନିରିମିଷ ନୟନର       (୨)
ଲୋକ ଦେଖାଣିଆ ପାଦ ତୋର ନାହିଁ
           ବୁଲୁତୁ ସାରା ସ ସାର
ଖଡ଼ିଆ ହାତ ତୋ ସବୁ ଦେଖୁଛନ୍ତି
              ତୁମେ ଦାତା ପଣେ ଆଗୁସାର (୩)
ପାଟି ଖୋଲି କିଛି କୁହ ନାହିଁ ଵୋଲି
             ତୁକାଳେ ମୁକ ଠାକୁର
ସଭିଙ୍କ ପାଟିରେ ତୁମେ ତ କହୁଛ
             ଭ୍ରମ ସଵୁ ଵୁଝି ଵାର   (୪)
ଶୁଣ ନାହିଁ ତୁମେ କାହାରି ଗୁହାରୀ
            କାନ ନାହିଁ ଵୋଲି ତୋର
ସାଲଵେଗ ଡ଼ାକ୍ ଶୁଣି ଥିଲ ପରା
            ରଥ ରଖି ଵଡ଼ ଦାଡର।  (୫)
ତୁମେ ପରା ଅଟ ଦାରୁ ଦିଅ ଟି ଏ
             ଜୀଵନ ନାହିଁ ଟି ତୋର
ଭକତ ର ଲାଗି ଜିଅନ୍ତା ଠାକୁର
            ଦାଶିଆ ପ୍ରମାଣ ତାର    (୬)
ଭାଗଵତ ସାହୁ  ଦୋଳପଦୀ ଵନ୍ତ ଭଦ୍ରକ
ମୋ୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *