Odia Poetry

ଯେଶା କୁ ତେଷା

ସାତ ଭାଇର ମୁଁ ଗୋଟିଏ ଭ ଉଣୀ
ନାମ ମୋର ତ ଅପୋଇ
ସାତ ଭାଉଜଙ୍କ ଗେହ୍ଲେଇ ନଣନ୍ଦ
ଦିନେ ହୋଇଥିଲି ମୁହିଁ ।।
ସାଧଵ ସାଧଵୀ ମୋର ପିତା ମାତା
ମୋ ଦେବୀ ଦେବତା ସେହି
ଅଳି କଲି ଵୋଲି ଆଣି ଦେଇଥିଲେ
ମୋତେ ତ ରୂପା କୁଲେଇ ।।
ସୁନା ଚାନ୍ଦ ହେଲା ମୋ ପାଇଁ କାଳ
ମଲେ ଵାପା ମାଆ ଦୁଇ
ଵଣିଜ କରିବେ ଗଲେ ଦୂର ଦେଶ
ବୋଇତରେ ସାତ ଭାଇ ।।
ଵିଧଵା ଵ୍ରାହ୍ମଣୀ ଛ ଅ ଭାଉଜଙ୍କୁ
କୁମନ୍ତଣା ଦେଲା କହି
ତାହାରି ପାଇଁ ମୋ କପାଳ ଫାଟିଲା
ଛେଳି ଚରେଇଲି ଯାଇ ।।
ଭୋକ ଓପାସ ରେ ଦିନ ଵିତୁଥିଲା
ଆଖି ଲୁହ ପିଇ ପିଇ
ଘରମଣୀ ଛେଳି ହଜିଗଲା ଵୋଲି
ଵନେ ଖୋଜୁ ଥିଲି ରହି ।।
ମାଆ ମଙ୍ଗଳାଙ୍କୁ ଅନ୍ତରେ ସୁମରି
ଦୁଃଖ ଜଣେଇଲି ମୁହିଁ
ମୋଡାକ ଶୁଣଲେ ଛେଳିମୋ ପାଇଲି
ଦେଖା ହେଲେ ସାତ ଭାଇ ।।
ମୋ ଦୁଃଖ କାହାଣୀ ସଵୁ ଶୁଣି ସାରି
ସାଥିରେ ନେଲେ ମୋ ଭାଇ
ମଙ୍ଗଳା ଵେଶରେ ବସାଇଲେ ମୋତେ
ଵୋଇତ ମଙ୍ଗରେ ନେଇ ।।
ଛ ଅ ଭାଉଜଙ୍କ  ନାକ ମୁଁ କାଟିଲି
ମାଆ ମଙ୍ଗଳା ମୁଁ ହୋଇ ।।
ଯେଶା କୁ ତେଷାର ଶାସ୍ତି ଦେଵା ପାଇଁ
ଭାଇ ମାନେ ଥିଲେ କହି ।।
——————————————–
ଭାଗଵତ ସାହୁ
ମ,ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ ଵନ୍ତ, ଭଦ୍ରକ,
ମୋ୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *