Odia Poetry

ମାଗଣା ଖାଇଵା ନିଶା। – ଵ୍ଯଙ୍ଗ

ମାଗଣାଖାଇବା ନିଶା ସଭିଙ୍କୁ ତ ଘାରିଛି
ଗାଁ ଠାରୁ ସହର କୁ ଚେର ତାର ଲମ୍ଵିଛି
ଛୁଆ ଠାରୁ ବୁଢା ପୁଣି ପୁଅ ଝିଅ ଗୋଡ଼ାନ୍ତି
ସକାଳ ରୁ ସଞ ଯାଏ ତାକୁ ସଵୁ ଖୋଜନ୍ତି ।।(୧)
ପୁଳାଏ ଆଣିଵେ ମାରି ଖାଇଵା କୁ ଵସିକି
ଖଟିବାକୁ ପଡ଼ି ବନି ମାଗଣାରେ ମିଳୁଛି
ଦିନେ ଗଲେ ଯୁଗ ଯାଏ ଦେଖା ଯିବ କାଲିକି
ଖରା ବର୍ଷା ଶୀତ ଡ଼ର ମନୁ ସେହି ଭୁଲିଛି ।।(୨)
କାହାକୁ ଡ଼ରିବ କିଆଁ ଘରେ ସେହି ରହିଛି
ପାଣି ଆସି ଶୋଷ ପାଖେ ଆପେ ଯାଏ ପହନ୍ଚି
ନଦୀ କୀ ପୋଖରୀ ନୁହେଁ ଝରଣା ଟେ ଝରୁଛି
ଭାବିବାକୁ ଵେଳ ନାହିଁ ଦେଵା ଵାଲା ଦେଉଛି ।।(୩)
କେହି କେଵେ ତା ନିଜକୁ ପଚାରି କି ଵୁଝିଛି
କେଉଁ ଠୁ ଆସୁଛି ସଵୁ କିଏସେ ସେ ଦେଉଛି
ବିନିମୟେ ଆମଠାରୁ କିସ ନେବ ଚାହୁଁ ଛି
ଆମ ଠାରେ ଅଵା ତାର କି ସ୍ଵାର୍ଥ ରହିଛି ।।(୪)
ଅବା ସେ ଆମରି ଧନ ଆମ ହାତେ ଥୋଉଛି
ପ ଇସା ଟେ ଦାନ ଦେଇ ଅନେଶୋତ ଖାଉଛି
ଆମରି ପ ଇସା ଦେଇ ଆମକୁ ସେ କିଣୁଛି
ଆମ କୁ କରି ଗୋଲାମ ନିଜେ ବାବୁ ସାଜୁଛି ।।(୫)
ଵଦଳ ରେ ମାଡ଼ ଗାଳି ଯାହା ଇଛା କରୁଛି
ଦିନୁ ଦିନ ରାଜ କୋଷ ଖୋଳ ପରା ହେଉଛି
ନିଜ ମୁନ୍ଡେ ଋଣ ଭାର ଅଜଣାତେ ଵଢୁଛି
ଆମ କୁ ସେ ଛାଡି ଯିବ ଦେଶ ବିକି ଦେଇକି ।।(୬)
—————————————///—————
ଭାଗଵତ ସାହୁ
ମାଆ ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ, ଵନ୍ତ, ଭଦ୍ରକ
ମୋ ୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *