Odia Poetry

ଭାଗ୍ଯ ହାତେ ହୋଇ ଖେଳନା

ବାସର ଶେଜର କି ମଜ୍ଜା ଅଛି
ଅଭିଆଡି ଝିଅ ଅଜଣା
ବର ଘର ତାର ଖୋଜା ହବା ଦିନୁ
ମନେ ପଶିଯାଏ ଭାଵନା ।।
ଏକା ରହିବାକୁ ଭଲପାଏ ସିଏ
ରୁହେ ସଦା ଆନମନା
ମନ ଯାହା ଖୋଜେ ପାଇବ କି ସତେ
ଵିଶ୍ଵାସ ସେ କରି ପାରେନା ।।
ରୂପ ତା କେମିତି ସ୍ଵଭାଵ କେମିତି
ମନ ଟି ତାହର ଵୁଝେନା
ତାଙ୍କ ସାଥେ ଇଏ  ଏହା ସାଥେ ସିଏ
ହୋଇଵେ କି ଦୁହେଁ ତୁଳନା ।।
ବେପାରିଆ ଅଵା ସିଏ ଚାକିରୀଆ
ବେକାରଙ୍କୁ କରେ ଘୃଣା
ଚାଷି ମୂଲୀଆର ହାତ ଯଦି ହୁଏ
କରିବି କି ଘର କରଣା ।।
କେମିତି ସହିବ ଟାଣ କଥା କାର
ହୋଇ ସୁକୁମାରୀ ଲଳନା
ଝୁମ୍ପୁଡି ରେ ଅବା ରାଜ ଉଆସରେ
ହେଵ ତାର ଶେଷ ଠିକଣା ।।
ଦୁହିତା ଜନମ ଦୁଇ କୁଳ ପାଇଁ
କେଉଁ କୂଳ ହେବ ଜାଣେନା
ନିତି ସେ ହସିବି ଅଵା କାନ୍ଦୁ ଥିଵ
ଭାଗ୍ଯ ହାତେ ହୋଇ ଖେଳଣା ।।
—————///———
ଭାଗଵତ ସାହୁ
ମା,ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ, ବନ୍ତ, ଭଦ୍ରକ,
ମୋ -୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *