Odia Poetry

ଫୁଲ ଜାଣେନ ନା ତା ମୂଲ

ଫୁଲ ରଗଛରେ ଫୁଲଟିଏ ଫୁଟେ
ଜାଣେ ନା ସେ ନିଜ ମୂଲ
ତା ନିଜ ଵାସନା ସିଏଵି ଜାଣେନ
ଯାଏ କାହିଁ କେତେ ଦୂର  ।।
ମାଳି ଜାଣେ ଏକା କେଉଁ ଚାରା ସିଏ
କେମିତିକା ଫୁଟେ ଫୁଲ
ସେ ଫୁଲ ର ଵାସ ଯାଏ କେତେ ଵାଟ
ହୃଦୟ ଜିଣେସେ କାର  ।।
କେଉଁ ଋତୁରେ ସେ କତେ ଵେଳେ ଫୁଟେ
ଦିନ ରେ ଵା ରାତି ଟାର
ଦେଵ ପୂଜା ଯୋଗ୍ଯା ଅଟେ କି ସେ ପୁଣି
ଶୋଭେ ସେ କାର ଗଭାର ।।
ନଵ ଵଧୂ ଶେଜେ  ପଡେକି ସେ ଖୋଜା
ହୁଏ କାର ଗଳା ହାର
ସନ୍ଧ୍ୟା ରେ ବିକଶି ସକାଳୁ ଝର ଇ
ଲୋଡ଼ା ସେ  ନ ହୋଇ କାର  ।।
ଥାଏ  ଵୃନ୍ତ ଡାଳେ ପବନେ ଦୋହଲି
ଵାଟ ଚାହିଁ ମଧୁପ ର
ମଧୁପ ଆସିବ ମଧୁ ଶୋଷି ନେଇ
କରି ଯିବ ବାସି ଫୁଲ  ।।
ଵଣ ମଲ୍ଲି ହୋଇ ଵଣରେ ଫୁଟିଵ
ଅଗୋଚରେ ସଭିଙ୍କର
ସଵୁ ସୁଖରୁ ସେ ଵନ୍ ଚିତ ହୋଇଵ
କପାଳ କୁ ନିନ୍ଦି ତାର  ।।
——————–//—————–
ଭାଗଵତ ସାହୁ
ମା ଵୀଣାପାଣି ସାହିତ୍ୟ କୁଟୀର ଦୋଳପଦୀ,ଵନ୍ତ ଭଦ୍ରକ
୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *