Odia Poetry

ପଡ଼ି ଦାତ୍ରୀ

ଶ୍ରାବଣ ର ଝଡି ଯିବା ପରେ ଚା ଲି
         ତୁମେ ଆସ ମାଆ ଏହି ମରତେ
ଆଶ୍ଵିନ୍ୟ କାକର ଭଲ ଲାଗେ ବୋଲି
           ବୁଲି ଦେଖ ମାଆ ଆସି ଶରତେ ।।
ସାରା ସଁ ସାରରେ ତୋ  ଜୀବ ଜଗତ
           କେମିତି ଅଛନ୍ତି ସୁଖେ  ନା ଦୁଃଖେ
ଆଷା ଢ଼ ର ବନ୍ୟା ଧୋଇନେଲା କେତେ
            ବ ରଷା ଅଭାବୁ ମରିଲେ କେତେ ।।
ତୋ କରୁଣା ଫଳ ଫଳିଛି କି ନାହିଁ
           ଚଷା ପୁଅ ବିଲ ବାଡ଼ି ଓ ଖେତେ
ପ୍ରକୃତୀ ର କୀଟ କେତେ କଲେ ଧ୍ଵଂସ
           ଆଉତ ରହିଛି ମୂଳରୁ କେତେ  ।।
ଆଜିର ମଣିଷ ସବୁ ସ୍ୱାର୍ଥପର
            ଆପଣା ଭୁଲନ୍ତି ସ୍ୱାର୍ଥ ନିମନ୍ତେ
ତୁମ ପୂଜା ବିଧି କଲେକି ନ କଲେ
            ଧନ ଗର ବ ରେ ପାଶୋରି ତୋତେ ।।
ତୋ ପାଖରେ କିବା ଗ ର ବ କରିବୁ
             ଯା ପାଖେ ହାରିଲେ ଜ ଗତ ନା ଥେ
ତୁମ ପଡ଼ି ମାଆ ଉଣା ହୋଇ ଗଲେ
             ଘଡିକେ ମରିବେ ଜୀ ବ ଜଗତେ ।।
ସବୁ ଜାଣି ଶୁଣି ରାଗ ଋଷା ଭୁଲି
              ପ୍ରତି ବର୍ଷ  ପ୍ ରା ଆସ ଏ ମାସେ
ମାଆ ମହାଲକ୍ଷ୍ମୀ ନିଶ୍ଚିୟ ଆସିବେ
               ତୋ ପୂଜା କରୁଛୁ ଆମ୍ଭେ ସମସ୍ତେ ।।
—–/////–/–/////////—-/-////////-//-/-/////
ଭାଗଵତ ସାହୁ
ମା, ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ, ବନ୍ତ, ଭଦ୍ରକ,
ମୋ ୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *