Odia Poetry

ନୂଆ ଖାଇ

ପଶ୍ଚିମ ଓଡିଶା ଗଣ ପରଵ ଏ
ଅଟେ ପରା ନୂଆ ଖାଇ
ସଭିଏଁ ପାଳନ୍ତି ଉଲ୍ଲାସ ଚିତ୍ତରେ
ଖୁସି ଓ ଆନନ୍ଦ ହୋଇ  ।।
ସାହି ଓ ପଡ଼ି ଶା ବନ୍ଧୁ ସହଦୋର
ସବୁ ଏକ ଠୁଳ ହୋଇ
ମାନ ଅଭିମାନ ରାଗ ଋଷା ଯେତେ
ମନରୁ ପାଶୋରି ଦେଇ ।।
ବରଷ ପହିଲି ଧାନରୁ ତିଆରି
ପିଠା ପଣା ଖିରି ନେଇ
ସମଲାଇ ମାଆ ଚରଣେ ନୈଵିଦ୍ଯ
ଭକ୍ତିରେ ଦିଅନ୍ତି  ସେହି ।।
କରନ୍ତି ବିଶ୍ଵାସ ମାଆ ସମଲାଇ
ଦୟାରୁ ମିଳିଛି ଏହି
ତାର ଦିଆ ଫଳ ତାଙ୍କୁ ଆଗ ଦେଲେ
ଆର୍ଶି ଵାଦ ଦେଵ ସେହି ।।
ଘର ପରିବାର ଭେଟ ଖାଟ ସଵୁ
ଆଜି ଦିନେ ମେଳ ହୋଇ ।।
ନୂଆ ଲୁଗା ପିନ୍ଧି ନୂଆ ସେଖାଆନ୍ତି
ଦୁଖଃ କୁ ପାଶୋରି ଦେଇ ।।
——-/-/————////————/
ଭାଗଵତ ସାହୁ
ମା, ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ, ଵନ୍ତ, ଭଦ୍ରକ,
ମୋ-୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *