Odia Poetry

ନାରୀ

ସ୍ରଷ୍ଟାର ସୃଷ୍ଠୀ ରେ ସବୁଠୁଁ  ସୁନ୍ଦର
ଅଟେ ପ ରା ନାରୀ ଜାତି
ବିଧାତା ଦେଇଛି ମାତୃତ୍ୱର ଶକ୍ତି
ତାଙ୍କ ପାଇଁ ସବୁ ସୃଷ୍ଠୀ  ।।
ଜ ନ ନୀ ଭଗିନୀ ଜାୟା  ର ରୂପରେ
ସ୍ନେହ ଦେଇ ଥାଏ ବାଣ୍ଟି
ତ୍ୟାଗ ବଳି ଦାନ ମମତା ଦେଇସେ
ସଭି କୁ କର ଇ ଖୁସି ।।
ବାପା,ମାଆ ପାଇଁ ଝିଅ ଗଳା ମାଳୀ
ଅଟେ ହୀରା ଲୀଳା ମୋତି
ଭାଇ ଭଉଣୀର ପରଶ ମଣୀସେ
ସୁଖ ଦୁଃଖ ସାଙ୍ଗ ସାଥି  ।।
ଶାଶୁ ଶଶୁର ର ଅଟେ ସୁନା ବୋହୁ
ତାଙ୍କ ଘର କୁଳ ଲକ୍ଷ୍ମୀ
ନଣ ନ୍ଦ ଦିଅର ଭାଉଜ ରାଣୀ ସେ
ଆ ଦ ର ଦିଆଇ ଯାଚି ।।
ସ୍ୱାମୀ ତ ତାଙ୍କର ଅଟନ୍ତି ଦେଵତା
ତାଙ୍କ ପାଇଁ ସାଜେ ଦାସୀ
ସୁଖ ର ଦୁଃଖ ର ହୁଏ ସ ମଭାଗୀ
ଯାଚି ଦିଏ ପ୍ରେମ ପ୍ରିତୀ ।।
ସନ୍ତାନ ତ ତାର ନିଜ ଠୁଁ ନିଜର
ଅଦେୟ ନାହିଁ ତା କିଛି
ଅଜାଡି ଦିଏସେ ଆଶ୍ରିବାଦ ଫୁଲ
ରହି ସଦା ପାଖା ପା ଖି  ।।
——–////———-////————–
ଭାଗଵତ ସାହୁ
ମା, ଵୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ ,ଵନ୍ତ, ଭଦ୍ରକ,
ମୋ ୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *