Odia Poetry

ଦୂରରେ ଥିଲ ଭଲତ ଥିଲ

ଦୂରରେ ଥିଲ ଭଲତ  ଥିଲ
            ପାଖକୁ ଆସି ଭୁଲି କି ଗଲ
ତୁମେ ଏମିତି କାହିଁକି ହେଲ
              ପାଉ ନାହଁ  ଆଉ ତୁମେ କି  ଭଲ ।।
ଯେବେତ ଦେଖ ମୁରୁକି ହସ
              ଆବେଗ ଭରେ ପାଖକୁ ଆସ
ଆଗେ ପଚା ର କେମିତି ଅଛ
               କେତେ କଥା ତ ପଚା ରି ବ ସ
ଯିବାକୁ ଯେବେ ହୁଏ ବାହାର
                ଆଖିରେ ଲୁହ ଆସେ ତୁମର ।।
ଦୁହେଁ ତ ଆମେ ଏକା ମଣିଷ
                 ଦେଖିଲେ ବାଟ ଭାଙ୍ଗି ଯାଉଛ
ଡା କିଲେ ଶୁଣି ନ ଶୁଣ ଡାକ
                 ସମ୍ମୁଖେ ମୋର ଯେବେ ପଡୁଛ
ଯିବାକୁ ତୁମେ ହୁଅ ଚଞ୍ଚଳ
                 ସ ତେକି ଚିହ୍ନା ନାହିଁ ଆମର ।।
ଖଟକା ଲାଗେ ଚା ଲି ତୁମର
                   ଲାଗୁଛି କିଛି ଅଛି ଭିତର
ପୁରୁଣା ପ୍ରେମ ଲାଗୁନି ଭଲ
                 ମୋତେ କି ଭୁଲି ହେଲା କାହାର
ଯଦିବି ସ ତ କଥା ଟି ମୋର
                 କହିଲେ ଖୋଲି ରହିବି ଦୂର ।।
——————–/– /////////—///—–/——-
ଭାଗଵତ ସାହୁ
ମା, ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ, ଵନ୍ତ, ଭଦ୍ରକ,
ମୋ ୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *