ଶିଵା ଅଙ୍ଗୁ ଜାତ ଆହେ ଶିବ ପୁତ୍ର
ଜଗିଥିଲ ଦ୍ଵାର ମାତା କଲେ ତପ
ସେ ଵେଳେ ମିଳିଲେ ଆସି ତଵ ତାତ
ପଶିଵେ ଗୁମ୍ଫା ରେ ଭେଟିଵାକୁ ମାତ
ଦ୍ଵାର ଛାଡ଼ିବା କୁ ବିହିଲେ ଆଦେଶ
ନମାନିଲ ଵୋଲି ତାତ କଲେ କୋପ
ପିତା ପୁତ୍ର ଙ୍କର ହୋଇଲା ସମର
ଦେଖୁଥିଲେ ଦେଵ ଲୋକ ।।
କ୍ରୋଧରେ କାଟିଲେ ନିଜ ପୁତ୍ର ଶିର
ନଭାଵି ସେ ଆଗ ପଛ
ହୋଇ ରକ୍ତ ଶିକ୍ତ ଗୁମ୍ଫାରେ ପଶିଲେ
ଦେଖି ଦେବୀ ଭୀତତ୍ରସ୍ତ
ଚରଣରେ ପଡ଼ି କରିଲେ ଗୁହାରି
ଏକି ଅଟେ ତଵ ଵେଶ
ରକ୍ତ ରେ ଭିଜିଛି ତଵ ସାରା ତନୁ
କାହାକୁ କରିଛ ହତ
ଛାର ଵାଳକ ସେ କଥା ମାନିଲାନି
ରଣ କଲା ମମ ସାଥ
ତ୍ରୀଶୂଳ ମୁନରେ ତା ଶିର କାଟିଲି
ଦ୍ଵାରେ ପଡ଼ି ଅଛି ଦେଖ ।।
ପୁତ୍ରର ନିହତ ଶୁଣିଣ ଜନନୀ
ହୋଇଗଲେ ସଙ୍ଗ୍ଯା ହତ
ପୁଣି ଚେତା ପାଇ ଵିଳପି ଉଠିଲେ
କି କରିଲ ଉମା ଈଶ
ନିଜ କୁମର ର ଶିର ତ କାଟିଲ
ପୁତ୍ର ହୀନ କଲ ମାତ
ତା ସାଥିରେ ତୁମେ ମୋର ଶିର କାଟ
ତବ)କ୍ରୋଧ ହେବ ସମପତ ।।
କରିଲେ ମିନତୀ ଆହେ ପ୍ରାଣନାଥ
ଵନ୍ଚାଅ ହେ ଆମ ପୁତ୍ର
ଶିଵ ଶିବା ମିଳି ଦ୍ଵାରେ ପହନ୍ଚିଲେ
ଶିଵ ଦେଵେ ଜୀଵନ୍ଯାଶ
ମୁଣ୍ଡ ହୀନ ଗଣ୍ଡି ପଡ଼ିଛି ଦେଖିଲେ
ଉଭୟ ହେଲେ ତଟସ୍ଥ
ଶିଵ ଗଣେ ଦେଲେ ହର ଯେ ଆଦେଶ
ଯାଅ ସଵୁ ଦିଗେ ଭୃତ୍ଯ
କାଟି ଆଣ ଶିର ପଶୁ ପକ୍ଷୀ ନର
ଥିଵ ଯେ ଉତ୍ତର ମୁଖ
ଭୃତ୍ଯ ଏ ଦେଖିଲେ ହାତୀ ଟି ଶୋଇଛି
ଉତ୍ତର କୁ କରି ମୁଖ
କାଟି ଆଣି ଦେଲେ ପ୍ରଭୁଙ୍କ ପାଖରେ
କଲେ ଗଣ୍ଡି ମୁଣ୍ଡ ଯୋଟ
ଦେଲେ ଜୀବନ୍ଯାଶ ପାଇଲେ ଜୀଵନ
ଵିଦ୍ୟା ଦାତା ଶ୍ରୀ ଗଣେଶ
ସବୁ ଦେଵା ଦେବୀ ଯାଚି ଦେଲେ ଵର
ହେଵ ଅଗ୍ର ପୂଜ୍ଯ ଗଜ ମୁଖ ।।
—-//————//———-//———–
ଭାଗଵତ ସାହୁ
ମା,ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ, ଵନ୍ତ, ଭଦ୍ରକ,
ମୋ-୯୧୭୮୮୫୫୦୬୯