Odia Poetry

କାରିଗର

ଆହେ ଵିଶ୍ଵକର୍ମା ଵିଶ୍ଵ କାରିଗର
ତୋର ଗଢ଼ା ଏ ସସାର
ତୁମେ ତୋଳିଅଛ ମନ୍ଦିର ମସଜିଦି
ଗଢ଼ି ଅଛ ଗୁରୁଦ୍ଵାର ।।
ତୁମେ ତୋଳିଅଛ ରାଜାର ଉଆସ
ତିଆର କୁଡିଆ କାର
ତୁମ ହାତ ଗଢା ଝାଟି ମାଟି କାନ୍ଥ
ଛ ଅଣ ଛପର ଘର ।।
ତୁମ ସରଜନା କଳ କାରଖାନା
ଯେତେ ଯାହା ଜନ୍ତ ତାର
ତୁମ ଉଦ୍ଭାବନ ଅଟେ ଵ୍ଯାମ ଯାନ
ଉଡୁ ଅଛି ଆକାଶର ।।
ଗାଡ଼ି ଓ ମଟର କି ବା ଟାକଟର
ଲାପ୍ ଟପ୍ କମ୍ପ୍ୟୁଟର
ଆଧୁନିକ ଗ୍ଯାନ କୋୖସଳେ ତିଆରି
ଯେତେ ଅଛି ଜନ୍ତ ସାର ।।
ଯାହା ମୁଁ ଦେଖୁଛି ଏହି ସ ସାର ରେ
ସ୍ରଷ୍ଠା ଅଟ ତୁମେ ତାର
ତଵ ଶ୍ରୀ ଚରଣେ କରୁଛି ପ୍ରଣତି
ମୁଁ ଅଟେ ମାନବ ଛାର ।।
——————————————
ଭାଗଵତ ସାହୁ
ମା,ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ, ଵନ୍ତ, ଭଦ୍ରକ,
ମୋ-୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *