Odia Poetry

ଆତଙ୍କ ଵାଦି

ହେ ଆତଙ୍କ ଵାଦି ହେ ସତ୍ରାସ ଵାଦି
ଦେଶ ଶତୃ ମାଓ୍ଵବାଦି
ଜୀଵନରେ ତୁମ ଊନ୍ନତୀ ତ ନାହିଁ
ଖାଲି ଯାହା ଵରଵାଦି   ।।
ସ୍ଵାର୍ଥ ପର କେତେ ନେତା ମତ୍ରୀ ଆଉ
କୁସସ୍କାର  ଧର୍ମା ଲମ୍ଵି
ଯେତେ ମନ୍ଦ କଥା ତୁମରି ମୁଣ୍ଡ ରେ
ଦେଇଛନ୍ତି ସବୁ ଖୁନ୍ଦି  ।।
ମିଥ୍ଯା ପ୍ରଲୋଭନ ଦେଖାନ୍ତି ତୁମକୁ
ତୁମେ ପାର ନାହିଁ ବୁଝି
ମରଣ ମୁହଁ କୁ ପଠାନ୍ତି ତୁମକୁ
ସୁଵିଧା ନେଵାକୁ ଖୋଜି  ।।
ଵିନିମୟ ମାତ୍ର କେତେ ଟଙ୍କା ପାଇଁ
ଜୀଵନ ଲଗାଅ ଵାଜି
ଦେଶ ଓ ଜାତିର ନିଜର ଯା ଖ୍ଯତି
କରି ଯାଅ ତୁମେ ଆଜି  ।।
ତୁମେ ମରିଗଲେ ତୁମ ପିଲା ଛୁଆ
ଖୋଜୁ ଥିଵେ ଯେଵେ କାନ୍ଦି
ଲୁହ ପୋଛି ବାକୁ ସିଏ ଆସିଵନି
ଚିହ୍ନା ପଡ଼ି ଯିଵ ଭାଵି  ।।
ମାୟା ରେ ତାଙ୍କର ପସ ନାହିଁ ଜମା
ହୋଇ ଯିବ ସବୁ ଛନ୍ଦି
ଶେଷରେ ପାଇଵ ଏହି ପୁରସ୍କାର
ମରଣ ନୋହିଲେ ଵନ୍ଦୀ  ।।
—————-ସରିଛି————
ଭାଗବତ ସାହୁ
ଦୋଳପଦୀ ବନ୍ତ ଭଦ୍ରକ
୯୧୭୮୮୫୫୦୬୯

Leave a Reply

Your email address will not be published. Required fields are marked *